ଓଡିଆ ପୁଅ ଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆଙ୍କ ପ୍ରେମ କାହାଣୀକୁ ନେଇ ହେବ ହଲିଉଡ ସିନେମା  

0
1

ଭୁବନେଶ୍ୱରବାସ୍ତବରେ ପ୍ରେମର କିଛି ସୀମା ନଥାଏ । ଏମିତି ଅନେକ ପ୍ରେମ କାହାଣୀ ଲୋକଙ୍କ ପାଇଁ ଉଦାହରଣ ସାଜିଛି। ଏମିତି ଏକ ପ୍ରେମ କାହାଣୀ ଓଡିଆ ପୁଅ ପ୍ରଦ୍ୟୁମ୍ନଙ୍କ କ୍ଷେତ୍ରରେ ଘଟିଛି। ଏବେ ତାଙ୍କର କାହାଣୀର ସତ୍ୟତାକୁ ନେଇ ହେବାକୁ ଯାଉଛି ହଲିଉଡ୍ ଚଳଚ୍ଚିତ୍ର। ଆନ୍ତର୍ଜାତିକ ସ୍ତରର ଖ୍ୟାତନାମା ପ୍ରତିକୃତି ଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆ ଯୁବାବସ୍ଥାରେ ସ୍ୱିଡେନର ଏକ ଯୁବତୀଙ୍କ ପ୍ରେମ ପଡିଥିଲେ ।  ଓଡିଆ ପୁଅ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କୁ ଓଡିଶାରେ

ବେଶି ଲୋକ ଜାଣି ନଥିଲେ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ସେ ବହୁ ପରିଚିତ । ସେ ନିଜ ପ୍ରେମକୁ ପାଇବା ପାଇଁ  କିଭଳି ଜୀବନ ଯାତ୍ରା କରିଥିଲେ ତାହା ଶୁଣିବାକୁ ମିଳିଛି । ପ୍ରଦ୍ୟୁମ୍ନ ଏକ ପୁରୁଣା ସାଇକେଲରେ ଭାରତରୁ ସ୍ୱିଡେନକୁ ଦୀର୍ଘ ୫ ମାସ ଯାତ୍ରା କରି ନିଜ ପ୍ରେମର ସଫଳତା ପାଇଥିବା ସହିତ ନିଜ ମନର ମଣିଷ ଚାରଲୋଟଙ୍କୁ ବିବାହ କରିଥିଲେ ।

ଏହାକୁ ନେଇ ହଲିଉଡ୍ ଓ ଅନ୍ୟାନ୍ୟ ୟୁରୋପୀୟ ପ୍ରଯୋଜକ ଚଳଚ୍ଚିତ୍ର କରିବା ପାଇଁ ଜୋରସୋର ଉଦ୍ୟମ କରିଛନ୍ତି । ପ୍ରଦ୍ୟୁମ୍ନ ଓ ଚାରଲୋଟଙ୍କ ୧୯୭୦ ମସିହାର ଏହି ପ୍ରେମ କାହାଣୀ ଏବେ ରୂପେଲି ପରଦାରେ ଆସୁଛି । ତେବେ ଓଡିଶାର ଆଦିବାସୀ ଜନବହୁଳ ଅଂଚଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦ୍ୟୁମ୍ନଙ୍କ ଜିବନ ସଂର୍ଘଷମୟ ଥିଲା । ଦେଖିବାକୁ ଗଲେ ପ୍ରଦ୍ୟୁମ୍ନଙ୍କ ଗାଁର ଜ୍ୟୋତିଷ କହିଥିଲେ ତାଙ୍କର ବିବାହ ଓଡିଶା ବା ଭାରତରେ ହେବ ନାହିଁ । ଭାରତ ବାହାରେ ତାଙ୍କ ପାଇଁ କନିଆ ରହିଛି। କିନ୍ତୁ ଜ୍ୟୋତିଷଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନଥିଲେ ବୋଲି ପ୍ରଦ୍ୟୁମ୍ନଙ୍କ ପୁଅ ସିଦ୍ଧାର୍ଥ ପ୍ରକାଶ କରିଛନ୍ତି ।

ସେହିପରି ପ୍ରଦ୍ୟୁମ୍ନଙ୍କ ପୁଅ ଓ କନ୍ୟା କଳାବତୀ ପିକ୍ସର୍ଚ ନାମରେ ଏକ ପ୍ରଯୋଜକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ବିଭିନ୍ନ ପ୍ରଯୋଜକମାନେ ଲୋଭନୀୟ ଅଫର୍ ଦେଉଥିଲେ ହେଁ, ଏହାକୁ ଗ୍ରହଣ ସେମାନେ କରିନାହାନ୍ତି । ସିଦ୍ଧାର୍ଥଙ୍କ କହିବା ଅନୁଯାୟୀ ଅର୍ଥ ବଦଳରେ କାହାଣୀ ସେମାନଙ୍କୁ ପ୍ରଦାନ କଲେ କାହାଣୀର ମୌଳିକତା କମିଯିବାର ଆଶଙ୍କା ରହିଛି । ତେଣୁ ସେମାନେ ନିଜସ୍ୱ ଅନୁସାରେ ଚଳଚ୍ଚିତ୍ର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଦ୍ୟୁମ୍ନ  ସ୍ୱିଡେନର ସରକାରୀ ସଂସ୍କୃତି ବିଭାଗରେ କାର୍ଯ୍ୟରତ ।

LEAVE A REPLY

Please enter your comment!
Please enter your name here