ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

2

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ ଆହ୍ଲାବାଦରେ  ଓ ଅନ୍ୟଟି କଟକରେ । ଉଭୟ ଆନନ୍ଦ ଭବନରେ ଦେଶର ସ୍ବାଧୀନତା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା । ତେଣୁ ଏ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ଜାଣିବା ପାଇଁ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରଥମ ଓଡ଼ିଶାଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଥିଲା ରାଜ୍ୟ ରାଜଧାନୀ । ପୂର୍ବ ନିର୍ଦ୍ଧାରିତ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ । ରାଷ୍ଟ୍ରପତିଙ୍କୁ ରେଡ୍‌ କାର୍ପେଟ୍‌ରେ ସ୍ବାଗତ କରିଥିଲେ ରାଜ୍ୟପାଳ ଏସ.ସି.ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରେ ହିଁ ଦେଶର ପ୍ରଥମ ନାଗରିକଙ୍କୁ ଦିଆଯାଇଥିଲା ଗାର୍ଡ଼ ଅଫ ଅନର । ଏହା ପରେ ଭୁବନେଶ୍ବରରୁ ସିଧା କଟକ ଅଭିମୁଖେ ବାହାରିଥିଲା ରାଷ୍ଟ୍ରପତିଙ୍କ କାରକେଡ୍‌ । କଟକରେ ପହଞ୍ଚିବା ପରେ  ପ୍ରଥମେ ସପତ୍ନୀକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ ରାମନାଥ କୋବିନ୍ଦ । ଏହା ପରେ ଯାଇଥିଲେ କଟକ ତୁଳସୀପୁରସ୍ଥିତ ଐତିହାସିକ ଆନନ୍ଦ ଭବନକୁ । ସେଠାରେ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ରାଷ୍ଟ୍ରପତି । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ ଆହ୍ଲାବାଦରେ  ଓ ଅନ୍ୟଟି କଟକରେ । ଉଭୟ ଆନନ୍ଦ ଭବନରେ ଦେଶର ସ୍ବାଧୀନତା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା । ତେଣୁ ଏ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ଜାଣିବା ପାଇଁ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ରାଷ୍ଟ୍ରପତି ।

ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ଲୋକାର୍ପଣ ପରେ  ସତ୍ୟବ୍ରତ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ । ପ୍ରଥମେ ଓଡ଼ିଆରେ ଓଡ଼ିଶାର ପବିତ୍ରମାଟି ଓ ଓଡ଼ିଶାବାସୀଙ୍କୁ ପ୍ରଣାମ କରୁଛି ବୋଲି କହି ନିଜ ଭାଷଣ ଆରମ୍ଭ କରିଥିଲେ ମହାମହିମ ରାମନାଥ କୋବିନ୍ଦ । କହିଥିଲେ,  ବିଜୁବାବୁ ଯାହା ବି କରୁଥିଲେ ଏଇ କଳିଙ୍ଗ ପାଇଁ । ନିଜ ମାଟି କଳିଙ୍ଗ ପାଇଁ ବିଜୁବାବୁଙ୍କ ଜୀବନ ସମର୍ପିତ ଥିଲା । ସେ ଯାହା ବି କରିଥିଲେ ସବୁ କଳିଙ୍ଗ ନାଁରେ ନାମିତ ଥିଲା

ବିଜୁବାବୁଙ୍କ ଘର ଆନନ୍ଦ ଭବନକୁ ଦେଶବାସୀଙ୍କୁ ଉଦେଶ୍ୟରେ ଉତ୍ସର୍ଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପୂରା ପରିବାରକୁ ବେଶ୍‌ ପ୍ରଶଂସା କରିଥିଲେ ରାଷ୍ଟ୍ରପତି । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ କେବଳ ଓଡ଼ିଶାବାସୀ କାହିଁକି ସାରା ଦେଶ ଗର୍ବ କରେ ବୋଲି କହିଥିଲେ ରାମନାଥ । ଏହି ଅବସରରେ ରାଜ୍ୟପାଳ ଏସସି ଜମିର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here