ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କର ଗୃହ ଋଣ ଇଏମ୍‌ଆଇ କମିବ

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ : ଦେଶର ଦୁଇଟି ବୃହତ୍‌ ବ୍ୟାଙ୍କ  ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏବଂ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଆଜି ସେମାନଙ୍କ ଋଣ ସୁଧ ହାର ହ୍ରାସ ଘୋଷଣା କରିଛନ୍ତି।  ଆଇସିଆଇସିଆଇ ବ୍ୟାଙ୍କ ଏହାର ଋଣ ସୁଧ ହାରରେ ୦.୧୦ ପ୍ରତିଶତ ହ୍ରାସ ଘୋଷଣା କରିଥିବାବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୦.୧୫ ପ୍ରତିଶତ ହ୍ରାସ ଘୋଷଣା କରିଛି। ଏହା ଫଳରେ ଆଗାମୀ ଦିନରେ ଏହି ବ୍ୟାଙ୍କର ଗ୍ରାହକମାନେ କମ୍‌ ସୁଧ ହାରରେ ଋଣ ପାଇପାରିବେ ଏବଂ ସେମାନଙ୍କ ମାସିକ ଋଣ ପରିଶୋଧ କିସ୍ତି(ଇଏମ୍‌ଆଇ) ହ୍ରାସ ପାଇବ।  ବ୍ୟାଙ୍କ ଦ୍ୱୟ ସେମାନଙ୍କ ବର୍ଷିକିଆ ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ  ରେଟ୍‌ ବା ଏମ୍‌ସିଏଲ୍‌ଆର୍‌ରେ ଏହି ହ୍ରାସ ଘୋଷଣା କରିଥିବାରୁ ଗୃହ ନିର୍ମାତାମାନେ ଏହାଦ୍ୱାରା ଅଧିକ ଲାଭବାନ ହେବେ। କାରଣ ଋଣ ପ୍ରଦାନ ସମୟରେ ଏହି ଫର୍ମୁଲାରେ ବ୍ୟାଙ୍କ ଗୁଡ଼ିକ ସୁଧ ହିସାବ କରିଥାନ୍ତି।

ସୁଧ ହାର ହ୍ରାସ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏମ୍‌ସିଏଲ୍‌ଆର ୮.୯୦ ପ୍ରତିଶତକୁ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ ୮.୯୫ ପ୍ରତିଶତକୁ ଖସିଆସିଛି। ଉଭୟ ବ୍ୟାଙ୍କ ନଭେମ୍ବର ୧ ତାରିଖରୁ ଏହି ସଂଶୋଧିତ ସୁଧ ହାର କାର୍ୟ୍ୟକାରୀ କରିବେ ବୋଲି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରୁଥିଲେ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ସୁଧ ହାର ହ୍ରାସଜନିତ ଲାଭ ଗ୍ରାହକଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଛି। ୨୦୧୫ ଜାନୁଆରିରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ ୧୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲେ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ମାତ୍ର ୬୦ ବେସିସ୍‌ ପଏଣ୍ଟ ସୁଧ ହ୍ରାସ ଏ ପର୍ୟ୍ୟନ୍ତ କରିଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here