You are here
Home > ବଡ଼ଖବର > ଏସଇସିସି ତାଲିକା ବାହାରେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ପ୍ରଧାନମନ୍ରୀ ଉଜ୍ଜଳାେ ଯାଜନାରେ ସାମିଲ କରିବାକୁ କେନ୍ଦ୍ର ସରକାର କରିଛନ୍ତି ନିଷ୍ପତି : ଧର୍ମେନ୍ଦ୍ର ପ୍ରଧାନ

ଏସଇସିସି ତାଲିକା ବାହାରେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ପ୍ରଧାନମନ୍ରୀ ଉଜ୍ଜଳାେ ଯାଜନାରେ ସାମିଲ କରିବାକୁ କେନ୍ଦ୍ର ସରକାର କରିଛନ୍ତି ନିଷ୍ପତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପ୍ରଧାନମନ୍ରୀ ଉଜ୍ଜଳା େଯାଜନାରେ ହିତାଧିକାରୀ ତାଲିକା ପୂର୍ବରୁ ଜନଗଣନାର ଏସଇସିସି ତାଲିକାରେ ସୀମିତ ଥିବା ବେଳେ ସମାଜର ଆଉ ବହୁ ଗରୀବ ବର୍ଗଙ୍କୁ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାର ବଜେଟ୍ ରେ ନିଷ୍ପତିକୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି େଯ ୫ କୋଟି ପରିବାରରେ ଉଜ୍ଜଳା େଯାଜନାରେ ପହଂଚିବା ପାଇଁ ପୂର୍ବରୁ ଲକ୍ଷ୍ୟ ଧାଯ୍ର୍ୟ କରାଯାଇଥିବା ବେଳେ ଏହି ପରିବାର ସଂଖ୍ୟା ୮ କୋଟି ପଯ୍ର୍ୟନ୍ତ ନେଇ ସମାଜର ଆହୁରି ବ୍ୟାପକଗରୀବ ମହିଳା ବର୍ଗଙ୍କୁ ସାମିଲ କରିବା ପାଇଁ ବଜେଟ୍ ରେ ବ୍ୟୟ ବରାଦ୍ ହୋଇଛି ।
୫ କୋଟି ହିତାଧିକାରୀ ଲକ୍ଷ୍ୟକୁ ପରିବର୍ତନ କରାଯାଇ ୮ କୋଟି କରାଯାଇଛି
– ଏସଇସିସି ତାଲିକା ବାହାରେ ସମସ୍ତ ତଫସିଲଭୁକ୍ତ ଜାତି ଓ ଜନଜାତି ପରିବାର ,ପ୍ରଧାନମନ୍ରୀ ଆବାସ େଯାଜନା, ଅନ୍ତ୍ୟୋଦୟ ଅନ୍ନ େଯାଜନାର ହିତାଧିକାରୀ , ଜଙ୍ଗଲରେ ବସବାସ କରୁଥିବା
ପରିବାର , ଅତି ପଛୁଆ ବର୍ଗ (ଏମବିସି), ଚା ବଗିଚାରେ କାମ କରୁଥିବା ପରିବାର , ଦ୍ବୀପାଂଚଳ ଓ ନଦୀ ଅଂଚଳରେ ରହୁଥିବା ପରିବାର ହେବେ ସାମିଲ
– ମାଚ୍ର୍ଚ ୨୦୧୬ ମସିହାରେ ୫ କୋଟି ଗରୀବ ପରିବାରକୁ ପ୍ରଧାନମନ୍ରୀ ଉଜ୍ଜଳା େଯାଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାଯ୍ର୍ୟ କରାଯିବା ପରେ ପ୍ରଧାନମନ୍ରୀ ଜୁନ୍ ୨୦୧୬ରେ ଏହାକୁ
ଲୋକାର୍ପିତ କରିଥିଲେ – ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି େଯାଜନାରେ ୩ କୋଟି ନୂଆ ଏଲପିଜି ସଂେଯାଗ
ଦେବାର ଲକ୍ଷ୍ୟ ଧାଯ୍ର୍ୟ କରାଯାଇଥିବା ବେଳେ ଏପଯ୍ର୍ୟନ୍ତ ୩.୩୬ କୋଟି ନୂଆ ଏଲପିଜି ସଂେଯାଗେ ଯାଗାଇ ଦିଆସରିଛି
– େଯାଜନାର ଦୃଢ କ୍ରିୟାନ୍ବୟନ ଓ ଲୋକଙ୍କ ଆଦୃତିକୁ ଦୃଷ୍ଟିରେ ରଖି ଏହି ଲକ୍ଷ୍ୟକୁ ୮ କୋଟିକୁ ବୃଦ୍ଧି କରାଯିବା ଦ୍ବାରା ଦେଶର ଗରୀବ ପରିବାର ମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ
– ଓଡିଶା ଏହି େଯାଜନାର ସିଂହ ଭାଗ ଲାଭ ପାଇବ
ଏଥିପାଇଁ କେନ୍ଦ୍ର ସରକାର ୪ହଜାର୮୦୦ କୋଟିର ବ୍ୟୟ ବରାଦ୍ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବିସ୍ତାରିତ ହିତାଧିକାରୀ ତାଲିକାରେ ଏସଇସିସି ତାଲିକା ବାହାରେ ସମସ୍ତ ତଫସିଲଭୁକ୍ତ ଜାତି ଓ ଜନଜାତି ପରିବାର ,ପ୍ରଧାନମନ୍ରୀ ଆବାସ େଯାଜନାର ହିତାଧିକାରୀ , ଅନ୍ତ୍ୟୋଦୟ ଅନ୍ନ େଯାଜନାର ହିତାଧିକାରୀ ,ଜଙ୍ଗଲରେ ବସବାସ କରୁଥିବା ପରିବାର , ଅତି ପଛୁଆ ବର୍ଗ (ଏମବିସି), ଚା ବଗିଚାରେ କାମ କରୁଥିବା ପରିବାର , ଦ୍ବୀପାଂଚଳ ଓ ନଦୀ ଅଂଚଳରେ ରହୁଥିବା ପରିବାର ମାନଙ୍କୁ ପ୍ରଧାନମନ୍ରୀ ଉଜ୍ଜଳା େଯାଜନାର ଲାଭ ମିଳି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଠାରେ ଉଲ୍ଲେଖେଯାଗ୍ୟ େଯ ମାଚ୍ର୍ଚ ୨୦୧୬ ମସିହାରେ ୫ କୋଟି ଗରୀବ ପରିବାରକୁ ପ୍ରଧାନମନ୍ରୀ ଉଜ୍ଜଳା େଯାଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାଯ୍ର୍ୟ କରାଯିବା ପରେ ପ୍ରଧାନମନ୍ରୀ ଜୁନ୍ ୨୦୧୬ରେ ଏହାକୁ ଲୋକାର୍ପିତ କରିଥିଲେ । ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି େଯାଜନାରେ ୩ କୋଟି ନୂଆ ଏଲପିଜି ସଂେଯାଗ ଦେବାର ଲକ୍ଷ୍ୟ ଧାଯ୍ର୍ୟ କରାଯାଇଥିବା ବେଳେ ଏପଯ୍ର୍ୟନ୍ତ ୩.୩୬ କୋଟି ନୂଆ ଏଲପିଜି ସଂେଯାଗ େଯାଗାଇ ଦିଆସରିଛି । େଯାଜନାର ଦୃଢ କ୍ରିୟାନ୍ବୟନ ଓ ଲୋକଙ୍କ ଆଦୃତିକୁ ଦୃଷ୍ଟିରେ ରଖି ଏହି ଲକ୍ଷ୍ୟକୁ ୮ କୋଟିକୁ ବୃଦ୍ଧି କରାଯିବା ଦ୍ବାରା ଦେଶର ଗରୀବ ପରିବାର ମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ୪୦ ପ୍ରତିଶତ ପରିବାର ଅନୁସୂଚିତ ଜାତିଓ ଜନଜାତି ବର୍ଗର। ରାଜ୍ୟର ୪୮୦ କିମିର ବେଳାଭୂମି , ନଦୀ ଓ ଦ୍ବୀପପୁଂଜ ଅଂଚଳରେ ରହୁଥିବା ବ୍ୟକ୍ତି, ଜଙ୍ଗଲ ଭିତରେ ରହୁଥିବା ଅଣ ଆଦିବାସୀ ଏହି େଯାଜନାର ହିତାଧିକାରୀ ତାଲିକାରେ ସାମିଲ ହେବା କାରଣରୁ ଓଡିଶାର ଲୋକମାନଙ୍କୁ ଏହି େଯାଜନାର ସିଂହ ଭାଗ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Loading...
ONA

Leave a Reply

Top