ଏପ୍ରିଲ ପହିଲାରୁ ଲାଗୁହେବ ଇ-ୱେ ବିଲ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ପହିଲାରୁ ସାରା ଦେଶରେ ଲାଗୁ ହେବ ଇ ୱେ ବିଲ୍ ବ୍ୟବସ୍ଥା। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ୨୬ତମ ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ବୈଠକରେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ ସରଳୀକରଣ ନେଇ ସହମତି ହୋଇ ପାରିନାହିଁ । ଏହା ଉପରେ ଅଧିକ ଆଲୋଚନା ଆବଶ୍ୟକ ଥିବାରୁ ଖୁବଶୀଘ୍ର ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ ମନ୍ତ୍ରୀଗୋଷ୍ଠୀ ଓ ଆୟକର ବିଶେଷଜ୍ଞଙ୍କ ସହ ଅଧିକ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଫଳରେ ଆସନ୍ତା ତିନି ମାସ ପାଇଁ ପ୍ରଚଳିତ GSTR 3B ବ୍ୟବସ୍ଥା ଚାଲୁ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here