ଉମାଶଙ୍କର ଭୁବନେଶ୍ୱର ନୂଆ ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ୍ ଉମାଶଙ୍କର ଦାଶ । ଡିସିପି ସତ୍ୟବ୍ରତ ଭୋଇଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୦୮ ବ୍ୟାଚର ଓଡ଼ିଆ କ୍ୟାଡରର ଆଇପିଏସ୍ ଅଫିସର ଉମାଶଙ୍କର । ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ଆରମ୍ଭ କରି ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏମବିଏ କରିବା ପରେ କିଛି ଦିନ ପାଇଁ ଉତ୍ତର ପ୍ରଦେଶର ଭେଲରେ ଏଚଆର ଭାବେ କାମ କରିଥିଲେ । ପୂର୍ବରୁ ସେ ବରଗଡ ଓ ୨୦୧୫ରେ ଝାରସୁଗୁଡାର ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ୨୦୧୭ ଜୁନରେ ସେ ରାଉରକେଲା ଏସପି ଭାବେ ନିଯୁକ୍ତ ହୋଇଥିଲେ ।
ଗତ ଡିସେମ୍ବର ୧୯ରେ ଭାରତୀୟ ପ୍ରଶାସନିକ ସେବାର ୬ଜଣ ବରିଷ୍ଠ ଆଇପିଏସଙ୍କର ପଦୋନ୍ନତି ହୋଇଥିଲା । ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଡିଆଇଜି ପାହ୍ୟାକୁ ଯାଇଛନ୍ତି । ସେହିପରି ଗଞ୍ଜାମ ଏସପି ଆଶିଷ ସିଂ, ଦୀପକ କୁମାର ଓ ନୀତିନଜିତ ସିଂହଙ୍କୁ ଡିଆଇଜି ପଦ ପ୍ରଦାନ କରିଥିଲେ ରାଜ୍ୟ ସରକାର । ଅନ୍ୟପକ୍ଷରେ ଯତିନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତିଙ୍କର ଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here