ଉଭୟ ଦଳର ସମାନ ଅବସ୍ଥା, ୫ ୱିକେଟ ହରାଇଲା ଭାରତୀୟ ଦଳ

https://www.facebook.com/nnsodia/videos/267154983995629/?t=5

ମେଲବର୍ଣ୍ଣ: ଆଜି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିବାର ଦେଖିବାକୁ ମିଳିଛି । ଦଳ ପ୍ରଥମ ଇନିଂସ୍‌ରେ ୨୯୨ରନ୍‌ର ଅଗ୍ରଣୀ ଲାଭ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୫ ୱିକେଟ୍ ହରାଇ ୫୪ ରନ୍ କରିଛନ୍ତି । ୫୦ ରନ୍ କରିବା ପୂର୍ବରୁ ଦଳ ୫ଟି ୱିକେଟ୍ ହରାଇଥିଲା । ନବାଗତ ମୟଙ୍କ ଅଗ୍ରୱାଲ ଓ ୱିକେଠ୍ କିପର ଋଷଭ ପନ୍ତଙ୍କୁ ଛାଡ଼ି ଦେଲେ ଆଉ ସବୁ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଛନ୍ତି । ୧୨.୬ ଓଭରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ୧୬ତମ ଓଭରରେ ଭାରତକୁ ପୁଣି ଝଟକା ଦେଇଥିଲେ ପ୍ୟାଟ୍ କମିନ୍‌ସ । ସେ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ କରିଥିଲେ । ସେହିପରି ରାହାଣେ ୧ ରନ୍ କରି ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ତେବେ ଅଷ୍ଟ୍ରେଲିଆ ଆଗରେ ଦଳ ୪୦୦ ରନ୍‌ର ଟାର୍ଗେଟ୍ ରଖିବାକୁ ଚେଷ୍ଟା କରିବ । ପ୍ରଥମ ଇନିଂସର ଅଗ୍ରଣୀ ରନ୍ ଓ ଆଜି ୫୪ ରନ୍‌କୁ ମିଶାଇଲେ ଭାରତୀୟ ଦଳର ସ୍କୋର ୩୪୬ରେ ପହଞ୍ଚି ସାରିଛି । ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍‌ରେ ୪୪୩ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା ।

ବିରାଟଙ୍କ ନାଁରେ ଆଉ ଏକ ରେକର୍ଡ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here