ଉପନିର୍ବାଚନ: ପାରାଦୀପ, ପଟାମୁଣ୍ଡାଇରେ ବିଜେଡି

https://www.facebook.com/nnsodia/videos/267154983995629/?t=5

ଜଗତସିଂହପୁର: ପାରାଦୀପ ଓ ପଟାମୁଣ୍ଡାଇ ଉପନିର୍ବାଚନ ଫଳାଫଳ ବୁଧବାର ପ୍ରକାଶ ପାଇଛି । ଉଭୟ ସ୍ଥାନରେ ବିଜୟୀ ହୋଇଛି ବିଜେଡି । ପାରାଦୀପ ୬ ନମ୍ବର ୱାର୍ଡ ପୌର ପରିଷଦ ଉପନିର୍ବାଚନରେ ବିଜେଡି ବାଜିମାତ କରିଛି । ବିଜେଡି ପ୍ରାର୍ଥୀ ରଶ୍ମିତା ଦାସ ୫୮ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି । ମୋଟ୍ ୧୪୯୨ ଖଣ୍ଡ ଭୋଟ ମଧ୍ୟରୁ ରଶ୍ମିଦା ଦାଶ ୫୬୦ ଖଣ୍ଡ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଗାୟତ୍ରୀ ନାୟକ ୫୦୨ ଓ କଂଗ୍ରେସର କଳ୍ପନା ବେହେରା ୪୩୦ ଖଣ୍ଡ ଭୋଟ୍ ପାଇଛନ୍ତି ।
ପୂର୍ବତନ କାଉନସିଲର ମଞ୍ଜୁଲତା ଜେନାଙ୍କ ବିୟୋଗ ପରେ ମଙ୍ଗଳବାର ସେଠାରେ ଉପନିର୍ବାଚନ କରାଯାଇଥିଲା । ସ୍ଥାନୀୟ ବିଧାୟକ ଡା. ଦାମୋଦାର ରାଉତଙ୍କ ମନ୍ତ୍ରୀପଦ ଚାଲିଯିବା ପରେ ଏହି ୱାର୍ଡରେ ବିଜେପି ଓ କଂଗ୍ରେସ ବିଜୟୀ ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ବିଜେଡି ନିଜର ସମ୍ମାନ ରକ୍ଷା କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲା । ବୁଧବାର ବିଜେଡି ପ୍ରାର୍ôଥନୀ ରଶ୍ମିତା ଦାଶ ବିଜୟୀ ହେବା ପରେ ଦଳ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସେହିପରି ପଟାମୁଣ୍ଡାଇରେ ବିଜେଡିର ରଣଜିତ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ସୁବାଷ ମଲ୍ଲିକଙ୍କୁ ୯୨ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here