ଇତିହାସ ରଚିଲା ଭାରତ: ବିଦେଶ ମାଟିରେ ପ୍ରଥମ ସିରିଜ୍ ବିଜୟ

https://www.facebook.com/nnsodia/videos/267154983995629/?t=5

ପାଲିକେଲ୍: ଶ୍ରୀଲଙ୍କା ମାଟିରେ ଇତିହାସ ରଚିଛନ୍ତି କୋହଲି ସେନା ।  
ପାଲିକେଲ୍ ତୃତୀୟ ଟେଷ୍ଟରେ ଭାରତ ଇନିଂସ୍ ଓ ୧୭୧ରନ୍ରେ ବିଜୟୀ ହୋଇଛି ।  ଫଳରେ ୧୯୩୨ରୁ ଟେଷ୍ଟରେ ପଦାର୍ପଣ କରିଥିବା ଭାରତ ଦୀର୍ଘ ୮୫ ବର୍ଷ ପରେ ବିଦେଶରେ ଏକ ପୂର୍ଣ୍ଣ ସଂଖ୍ୟକ ଟେଷ୍ଟ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି  ।
  ଏହାପୂର୍ବରୁ ଭାରତ ୨୦୦୪ରେ ବାଂଲାଦେଶ ଓ ୨୦୦୫ରେ ଜିମ୍ବାୱେକୁ ମୂଳପୋଛ କରିଥିଲା । କିନ୍ତୁ ଏହା ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଥିଲା । ବିରାଔ କୋହଲି ଟେଷ୍ଟ କ୍ରିକେଟର ୮୫ ବର୍ଷର ଇତିହାସରେ ପ୍ରଥମ ଅଧିନାୟକ ଭାବେ ଭାରତକୁ ପ୍ରଥମ ଥର ପାଇଁ ଏଭଳି ବିଜୟ ଦେଇଛନ୍ତି  । ଏତଦଭିନ୍ନ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ଟେଷ୍ଟ ଜିତିଥିବା ଅଧିନାୟକ ପାଲଟିଛନ୍ତି  ।
  ଏହି ବିଜୟ ସହ କୋହଲି ଅଧିନାୟକ ଭାବେ ବିଦେଶରେ ୭ଟି ଟେଷ୍ଟ ମ୍ୟାଚ୍ ଜିତିଛନ୍ତି । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ରହିଛି ।
  ପାଲିକେଲ୍ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୪୮୭ରନ୍ ସଂଗ୍ରହ କରିଥିଲା  । ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୧୩୫ରନ୍ରେ ଅଲଆଉଟ୍ ହୋଇ ଫଲୋଅନ  ଖାଇଥିଲା । ଦ୍ୱିତୀୟ ପାଳିରେ ମଧ୍ୟ ଶ୍ରୀଲଙ୍କା ବିପର୍ଯ୍ୟୟା ସମ୍ମୁଖୀନ ହୋଇ ୧୮୧ରନ୍ରେ ଅଲଆଉଟ୍ ହୋଇଥିଲା । ଯଦ୍ୱାରା ଇନିଂସ୍ ଓ ୧୭୧ରନ୍ ବ୍ୟବଧାନରେ ଭାରତ ୩ ମ୍ୟାଚ୍ ବିଶିଷ୍ଟି ସିରିଜ୍କୁ ୩-୦ରେ କ୍ଲିନ୍ ସୁଇପ୍ କରିନେଇଛି । ପ୍ରଥମ ପାଳିରେ ଓପନର ଶିଖର ଧାୱନ୍ ୧୧୯ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦୮ରନ୍ର ଶତକୀୟ ପାଳି ଖେଳିଥିବା ବେଳେ ଦ୍ୱିତୀୟ ପାଳିରେ ରବି ଚନ୍ଦ୍ରନ ଅଶ୍ୱିନ ୪ଟି ଓ ମହମ୍ମଦ ସାମି ୩ଟି, ଉମେଶ ଯାଦବ ୨ଟି ଏବଂ ଚାଇନା ମ୍ୟାନ୍ ସ୍ପିନର କୂଳଦୀପ ଯାଦବ ଗୋଟିଏ ୱିକେଟ୍ ସଫଳତା ପାଇଥିଲେ  । ହାର୍ଦ୍ଦିପ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଏବଂ ଶିଖର ଧାୱନଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ କରାଯାଇଛି । ଆସନ୍ତା  ୨୦ରୁ ଉଭୟ ଦଳ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ  ।

ମତାମତ ଦିଅନ୍ତୁ

Please enter your comment!
Please enter your name here