ଇଣ୍ଟରନେଟ ସେନସେସନ ଗର୍ଲ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ନାଁରେ ଏତଲା

https://www.facebook.com/nnsodia/videos/267154983995629/?t=5

ହାଇଦ୍ରାବାଦ  :  ନିଜର ମତୁଆଲା ଆଖିରେ ସାରା ଦେଶର ଯୁବ ପିଢିଙ୍କୁ ଦିଓ୍ବାନା କରି ରାତାରାତି ଇଣ୍ଟରନେଟ ସେନସେସନ ପାଲଟିଥିବା ମାଲାୟାଲୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବେ ବିବାଦରେ ପଡିଛନ୍ତି।  ନିଜର ମତୁଆଲା ଆଖିରେ ସମସ୍ତଙ୍କୁ ଦିଓ୍ଵାନା କରି ଯେଉଁ ଗୀତରେ ପ୍ରିୟା ସମସ୍ତଙ୍କ ହୃଦୟ ଜିତିଥିଲେ ସେହି ଗୀତ ଏବେ ପ୍ରିୟାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।  ହାଇଦ୍ରାବାଦରେ କିଛି ଯୁବକ ଭାଇରାଲ ହୋଇଥିବା ଗୀତଟି  ବିଶେଷ ଧର୍ମର ସମ୍ବେଦନାକୁ ଆଘାତ କରୁଥିବା ଅଭିଯୋଗ କରି  ପ୍ରିୟା ପ୍ରକାଶ ଏବଂ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ହାଇଦ୍ରାବାଦର ଜଣେ ମୁସଲିମ୍‌ ଯୁବକ ମହମ୍ମଦ ଅବଦୁଲ୍‌ ମୁକିତ୍ ଖାନ୍ ଗୀତରେ ମହମ୍ମଦ ଏବଂ ତାଙ୍କ ପତ୍ନୀଙ୍କୁ ବଦନାମ୍‌ କରାଯାଇଥିବା କହି ଫଲକନୁମା ଥାନାରେ ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ଦେଇଛନ୍ତି। ଗୀତଟି ଇସଲାମ୍‌ ଧର୍ମର ଧର୍ମୀୟ ଭାବନା ଓ ବିଶ୍ବାସକୁ ଆଘାତ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ପୋଲିସ ଏ ନେଇ ଆଇପିସି -୨୯୫ ଅନୁସାରେ ଏକ ମାମଲା ରୁଜୁ କରିଛି । ।  ପ୍ରିୟା ପ୍ରକାଶଙ୍କ ବିରୋଧରେ ଏତଲା ଦାୟର କରିଥିବା  ଏହି ଯୁବକଙ୍କ କହିବା କଥା ସେମାନଙ୍କୁ ମଧ୍ୟ ଭିଡ଼ିଓ ବହୁତ ପସନ୍ଦ ଆସିଛି। ମାତ୍ର ଯେତେବେଳେ ସେମାନେ ମାଲାୟାଲମର ଏହି ଗୀତକୁ ଅନୁବାଦ କରିଥିଲେ ତେବେ ଏଥିରେ ଏମିତି କିଛି ଶବ୍ଦ ସାମିଲ ରହିଛି ଯାହା ବିଶେଷ ଧର୍ମର ଭାବନାକୁ ଆଘାତ ପହଞ୍ଚାଉଛି।  ଏହା ପରେ ସେମାନେ ମାମଲା ରୁଜୁ କରିବାକୁ ନିର୍ଣ୍ଣୟ  ନେଇଥିଲେ.

ଉଲ୍ଲେଖଯୋଗ୍ୟ ପ୍ରିୟା ପ୍ରକାଶଙ୍କ ମାଲାୟାଲମ ଫିଲ୍ମ ‘ଓରୁ ଅଡାର ଲଭ’ ୨୦୧୮ ମାର୍ଚ୍ଚ ୩ରେ ରିଲିଜ୍ ହେବ।  ଏହି ଫିଲ୍ମର ଗୀତ ‘ମାନିକା ମଲୟାରା ପୁଭି’ ନିକଟରେ ରିଲିଜ୍ ହୋଇଛି।  ଏହି ଗୀତର ଭିଡିଓ ସାମ୍ନାକୁ ଆସିବା ପରେ ପ୍ରିୟା ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଫଳସ୍ଵରୂପ ତାଙ୍କର ଇନଷ୍ଟାଗ୍ରାମରେ ପ୍ରିୟାଙ୍କ ଅନୁଗାମୀଙ୍କ ସଂଖ୍ୟା  ଅହେତୁକ ବଢ଼ି ଚାଲିଛି।  ୨୪ ଘଣ୍ଟା ଭିତରେ ପ୍ରିୟାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ପହଞ୍ଚି ଯାଇଥିଲା। ପ୍ରିୟାଙ୍କୁ ଏବେ ମାତ୍ର ୧୮ ବର୍ଷ ବୟସ ହୋଇଛି ଏବଂ ସେ ତ୍ରିଶୂରର ବିମଳା କଲେଜରେ ବି.କମ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ନିଜର ଏହି ଡେବ୍ୟୁ ଫିଲ୍ମରେ ସେ ଏକ ଛାତ୍ରୀର ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here