ଇଡିରେ ହାଜର ହେଲେ ବିଧାୟକ ପ୍ରଭାତ

ଭୁବନେଶ୍ୱର: ଅର୍ଥତତ୍ୱ ଚିଟ୍ ଫଣ୍ଡ ସ୍କାମରେ ଛନ୍ଦିହୋଇ ପଡିଥିବା ଟାଙ୍ଗୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାଇଁ ଅଡୁଆ ବଢ଼ିଛି । ପୂର୍ବରୁ ବେଆଇନ୍ ଅର୍ଥ କାରବାର ନେଇ ସିବିଆଇ ଦ୍ୱାରା ଗିରଫ ହେବା ଓ ପରେ ହାଇକୋର୍ଟରୁ ସେ ଜାମିନ ପାଇ ମୁକୁଳି ଥିଲେ । ମଙ୍ଗଳବାର ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି । ଶାସକ ବିଜେଡି ଦଳର ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ଅର୍ଥତତ୍ୱ ଚିଟ୍ଫଣ୍ଡର ବେଆଇନ୍ ଅର୍ଥ କାରବାରେ ସାମିଲ ଥିବା କାରଣରୁ ସିବିଆଇ ଗିରଫ କରିବା ପରେ ବିଜେଡି ତାଙ୍କୁ ଦଳରୁ ସସପେଣ୍ଡ କରିଥିଲା । କୋଟି କୋଟି ଟଙ୍କାର ଚିଟଫଣ୍ଡ କେଳେଙ୍କାରୀ ଘଟଣାରେ ଏହି ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ରାଜ୍ୟର ପ୍ରଥମ ରାଜନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ମଙ୍ଗଳବାର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟରେ ହାଜର ହେବା ପରେ ଅଧିକାରୀ ମାନେ ପ୍ରଭାତଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଥିଲା । ଅର୍ଥତତ୍ୱ ସହ ଆର୍ଥôକ କାରବାର ଓ କେତେ ପରିମାଣରେ ଅର୍ଥ ନେଣଦେଣ ହୋଇଛି ଏବଂ ଏଥିରୁ ଅର୍ଥତତ୍ୱ କଣ ସବୁ ଫାଇଦା ପାଇଛି ସେନେଇ ତାଙ୍କୁ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ । ଏତଦଭିନ୍ନ ପ୍ରଭାତ ତାଙ୍କ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ଓ ଆବଶ୍ୟକୀୟ ଅନ୍ୟାନ୍ୟ କାଗଜପତ୍ର ଇଡିରେ ଦାଖଲ କରିଥିବା ଜେରା ସରିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
  ବିଧାୟକ ପ୍ରଭାତ ଅର୍ଥତତ୍ୱ ଚିଟ୍ଫଣ୍ଡ ଠାରୁ ବିପୁଳ ପରିମାଣରେ ଅର୍ଥ(୪୦ ଲକ୍ଷ ଟଙ୍କା) ସଂଗ୍ରହ କରିଥିବାରୁ ସିବିଆଇ ଅପରାଧିକ ଷଡଯନ୍ତ୍ରର ଆରୋପ ଲଗାଇଥିଲା । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ପ୍ରଭାତଙ୍କ ଟେଲିଫୋନ୍ ବାର୍ତ୍ତାଳାପ ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ସୂଚନାଥାଉକି ଯେ ପ୍ରଭାତ ତ୍ରିପାଠୀ ରାଜ୍ୟ ସମବାୟ ୟୁନିୟନର ସଭାପତି ଥିବା ସମୟରେ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ବେଷ୍ଟ ୱେଥ୍ କୋ ଅପରେଟର ଆୱାର୍ଡ ପ୍ରଦାନ କରାଯାଇଥିଲା । ଚିଟ୍ ଫଣ୍ଡ ଅର୍ଥ ହେରଫେର ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଇଡିରେ ହାଜର ହୋଇ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ହସ୍ତାନ୍ତର କରିଥିଲେ । ଅର୍ଥତତ୍ୱ ଚିଟ୍ ଫଣ୍ଡରୁ ଅର୍ଥ ସଂଗ୍ରହ ଜନିତ ପ୍ରସଙ୍ଗକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଭାତଙ୍କୁ ଜେରା କରିଛି ।