ଇଉରିକ ଏସିଡ୍ର କୁପ୍ରଭାବ

8

ଶରୀର ଅଛି ମାନେ ରୋଗ ଅଛି । ଆଜିକାଲି ଏହି କଥାଟି ଅଧିକାଂଶ ଦିଗରୁ ସତ ହେବାରେ ଲାଗିଛି । ମଣିଷ ଶରୀର ମଧ୍ୟରେ ଅନେକ ଅସହ୍ୟ ବ୍ୟାଥା ରହିଥାଏ । କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠିରେ ମଝିରେ ମଝିରେ ଯନ୍ତ୍ରଣା ଅନୁଭବ ହେବା ସହିତ ବେଳେ ବେଳେ ଶରୀରର ଉତ୍ତାପ ମଧ୍ୟ ବଢିଯାଏ । ସାଧାରଣ ଭାବେ କାରଣ କିଛି ବୁଝିହୁଏନି । କିନ୍ତୁ ପରୀକ୍ଷା କଲେ ଜଣାପଡେ ଏହାର ମୁଖ୍ୟ କାରଣ ହେଉଛି ଇଉରିକ ଏସିଡ ।
ନିଉକ୍ଲିକ ଏସିଡ ଦ୍ୱାରା ମଣିଷ ଶରୀରରେ ଡିଏନ୍୍ଏ ତିଆରି ହୁଏ । ପିଉରାଇନ ନିଉକ୍ଲିକ ଏସିଡରେ ଠାରୁ ବିଭାଜନ ହୋଇ ତିଆରି ହୁଏ ଇଉରିକ ଏସିଡ । ଆମମାନଙ୍କ ଶରୀରରେ ପ୍ରତି ମୁହୂର୍ତ୍ତରେ ରାସାୟନିକ କ୍ରିୟା-ବିକ୍ରିୟା ହୋଇଥାଏ । ତାକୁ ମେଟାବଲିଜମ୍ କୁହାଯାଏ । ଆମେମାନେ ଗ୍ରହଣ କରୁଥିବା ଖାଦ୍ୟର ନାନା ପ୍ରକାର ପରିବର୍ତ୍ତନ ହୁଏ । ଏଇ ପ୍ରକ୍ରିୟା ଅପେକ୍ଷା ଯକୃତରେ ଇଉରିକ ଏସିଡ ତିଆରି ହୋଇ ରକ୍ତ ସାଙ୍ଗରେ ମିଶିଯାଏ । ସାଧାରଣ ନିୟମ ଅନୁଯାୟୀ ରକ୍ତରେ ଥିବା ଇଉରିକ ଏସିଡ ମୂତ୍ରଗ୍ରନ୍ଥି   ମାଧ୍ୟମରେ ଶରୀରୁ ବାହାରିଯାଏ । କିନ୍ତୁ କେତୋଟି ବିଶେଷ କ୍ଷେତ୍ରରେ ଇଉରିକ ଏସିଡର ମାତ୍ରା ବଢିଯିବା ଫଳରେ କେତେକ ଶାରୀରିକ ଜଟିଳତା ମଧ୍ୟ ଦେଖାଯାଇପାରେ । ରକ୍ତରେ ଇଉରିକ ଏସିଡର ମାତ୍ରା ଅସ୍ୱାଭାବିକ ଭାବେ ବଢିଗଲେ, ତାକୁ ହାଇପୋଉରିସିମିୟା କୁହାଯାଏ । ଏହାର ପ୍ରଭାବରେ ଶରୀରରେ ନାନା ପ୍ରକାର ସମସ୍ୟା ଦେଖାଯାଇପାରେ । ରକ୍ତରେ ଇଉରିକ ଏସିଡର ମାତ୍ରା ବଢିଗଲେ କିମ୍ବା କମିଗଲେ ଶରୀରରେ ନାନା ପ୍ରକାର ଅସୁବିଧା ଦେଖାଯାଇପାରେ । ଯାହା ଫଳରେ ଗଣ୍ଠିବାତ ବା ବାତ, ହୃଦୟ ସମସ୍ୟା, ମୂତ୍ରଗ୍ରନ୍ଥିରେ ସମସ୍ୟା, ମଧୁମେହ, ମୂତ୍ରନଳୀରେ ପଥର, ମାନସିକ ଅବସାଦ, ଶାରୀରିକ ଦୁର୍ବଳତା ଆଦି ରୋଗ ଦେଖାଦିଏ ।
ଇଉରିକ ଏସିଡର ମାତ୍ରା ବଢିବାର କାରଣ ଓ ଲକ୍ଷଣ
ଇଉରିକ ଏସିଡ ବଢିବାର ବିଭିନ୍ନ କାରଣ ରହିଛି । ସେଥିମଧ୍ୟରୁ ବଂଶଗତ କାରଣ, ପିଉରିନଯୁକ୍ତ ଖାଦ୍ୟ ଯେମିତିକି ପାଳଙ୍ଗ ଶାଗ, ଛତୁ, ଫୁଲକୋବି, ମସୁରଡାଲି ଇତ୍ୟାଦି ଖାଇବା ଦ୍ୱାରା, ଅତ୍ୟଧିକ ଓଜନ ବୃଦ୍ଧି, ଅଧିକ ମାତ୍ରାରେ ଆଲକୋହଲ ପାନ କଲେ, ପ୍ରୋଟିନ ଯୁକ୍ତ ଖାଦ୍ୟ ବେଶୀ ମାତ୍ରାରେ ଖାଇଲେ, ମୂତ୍ରଗ୍ରନ୍ଥିରୁ ଇଉରିକ ଏସିଡ ନ ବାହାର କରିବା ଦ୍ୱାରା, ଯକୃତ ବେଶୀ ପରିମାଣରେ ଇଉରିକ ଏସିଡ ତିଆରି କରିବା ଆଦି ମୁଖ୍ୟ କାରଣ ରହିଛି ।
ଇଉରିକ ଏସିଡ ବଢିଗଲେ ଗଣ୍ଠିବାତ ହେବାର ଆଶଙ୍କା ରହେ । ଏ କ୍ଷେତ୍ରରେ ପାଦର ବୁଢା ଅଙ୍ଗୁଳି, ଆଣ୍ଠୁ, ପାଦର ତଳ, ହାତର ଗଣ୍ଠି ଇତ୍ୟାଦି ସ୍ଥାନରେ ଅସହ୍ୟ ପୀଡା ଅନୁଭୂତ ହୋଇଥାଏ । ସାଧାରଣତଃ ଏହି ପୀଡା ୫-୧୦ ଦିନ ପର୍ଯ୍ୟନ୍ତ ରୁହେ । ଗଣ୍ଠି ଫୁଲି ଲାଲ ହୋଇଯାଏ । ଏହାସହ ବାରମ୍ବାର ଜ୍ୱର ହୁଏ । ପୂରା ଶରୀରରେ କମ୍ପନ ସୃଷ୍ଟି ହୁଏ । ଅସ୍ୱାଭାବିକ ଭାବେ ଝାଳ ବାହାରିଥାଏ । ପେଟ ଓ କମରରେ ଅସହ୍ୟ ଯନ୍ତ୍ରଣା ହୁଏ । ମୂତ୍ରଗ୍ରନ୍ଥିରେ ସମସ୍ୟା ହୁଏ । ଏହାଫଳରେ ପରିସ୍ରା କରିବା ସମୟରେ ସମସ୍ୟା ଦେଖାଦିଏ ।
ଇଉରିକ ଏସିଡ଼ର ମାତ୍ରା କମିବାର କାରଣ ଓ ଲକ୍ଷଣ
ଇଉରିକ ଏସିଡ କମିବାର ମଧ୍ୟ ଅକେକ କାରଣ ରହିଛି । କେତେକ ଧରଣର ଔଷଧ ପାଇଁ ଯେମିତି ହାଇ ବ୍ଲକ ପ୍ରେସର ପାଇଁ ଔଷଧ ଆଦି, ଲିଉକିମିୟା ଓ ସୋରିୟାସିସ୍ ଆଦି ରୋଗ ଥିଲେ ଇଉରିକ ଏସିଜର ମାତ୍ରା କମିଯାଏ ।
ଇଉରିକ ଏସିଡ କମ୍ ହେଲେ ମଲ୍ଟିପଲ ସ୍କେଲୋରୋସିସ୍ ହୋଇପାରେ ।
ଇଉରିକ ଏସିଡ ସନ୍ତୁଳନ ପାଇଁ ଖାଦ୍ୟ ଓ ଟିପ୍ସ
ଦ୍ଭ    ଅତିସାର କମ ଥିବା ଖାଦ୍ୟ ଖାଆନ୍ତୁ । ଯେମିତିକି ପାଉଁରୁଟି, ପେସ୍ତା, ମଇଦା, କେଟ୍ ଇତ୍ୟାଦି । ପ୍ରଚୁର ପରିମାଣରେ ଫଳ ଖାଆନ୍ତୁ । ସେଓ, କଦଳୀ, ଲେମ୍ବୁ, ଚେରୀ, ଷ୍ଟ୍ରବେରୀ ଆଦି ଖାଆନ୍ତୁ । ଏହାସହ ଅଧିକ ତରଳ ପଦାର୍ଥ ଖାଆନ୍ତୁ । ଦିନକୁ ୩ ଲିଟର ପାଣି ପିଇବା ଅତ୍ୟନ୍ତ ଜରୁରୀ । ଏହାସହ ଫଳରସ, ହର୍ବାଲ ଚା ଆଦି ପିଅନ୍ତୁ । ତଟକା ପନିପରିବା, ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଖାଇ ପାରନ୍ତି ।
= ହାଇ ଇଉରିକ ଏସିଡ କାରଣରୁ ହାତ ଓ ପାଦର ସ୍ଥିରତା ତଥା ପୀଡା କମାଇବା ପାଇଁ ବ୍ୟାୟାମ ନିହାତି ଜରୁରୀ । ସହଜ ଫ୍ରିହ୍ୟାଣ୍ଡ ବ୍ୟାୟାମ ଦିନକୁ ଅନ୍ତତଃ ୩୦ରୁ ୪୦ ମିନିଟ୍ କରିବା ଆବଶ୍ୟକ । ବ୍ୟାୟାମ ବା ଅନ୍ୟ କୌଣସି ଧରଣର ପରିଶ୍ରମ କରିବା ସମୟରେ ବେଶୀ ପରିମାଣରେ ପାଣି ପିଅନ୍ତୁ ।
= ଶରୀରର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ । ଚିକିତ୍ସକଙ୍କ ସହ ପରାମର୍ଶ କରି ଉପଯୁକ୍ତ ଖାଦ୍ୟର ତାଲିକା କରି ଦିଅନ୍ତୁ ।
= ପ୍ରତି ୩ ମାସ ଅନ୍ତରରେ ଅନ୍ତତଃ ଥରେ ରକ୍ତଚାପ ପରୀକ୍ଷା କରନ୍ତୁ । କାରଣ ଯାହାର ରକ୍ତରେ ଇଉରିକ ଏମିଡର ମାତ୍ରା ବେଶୀ ଥାଏ, ତାହାର ହାଇ କୋଲେଷ୍ଟେରଲ ଓ ଟ୍ରାଇଗ୍ଲିସାରାଇଡର ପ୍ରବଣତା ଥାଏ । ସେମାନଙ୍କ ପାଖରେ ରକ୍ତଚାପ ଓ ରକ୍ତରେ ଶର୍କରା ବୃଦ୍ଧି ସମସ୍ୟା ରହିଥାଇ ପାରେ ।
= ଇଉରିକ ଏସିଡର ଚିକିତ୍ସା ଚାଲୁଥିବା ବେଳେ ଅନ୍ୟ ଔଷଧ ଖାଇବା ବିପଜ୍ଜନକ । ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଆନ୍ତୁ ।
= ଏହି ସବୁ କଥା ପ୍ରତି ଦୃଷ୍ଟି ଦେଇ ସେହି ଅନୁସାରେ ଚଳିଲେ, ଇଉରିକ ଏସିଡରୁ ମୁକ୍ତି ମିଳିଥାଏ ।

LEAVE A REPLY

Please enter your comment!
Please enter your name here