ଆହୁରି ୨୪ ଘଣ୍ଟା ବର୍ଷା

1
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଅବପାତର ରୂପ ନେଇଛି । ଲଘୁଚାପ ପ୍ରଭାବରେ ରାଜ୍ୟ ତମାମ ଆହୁରି ୨୪ ଘଣ୍ଟା ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହାସହ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁସାରେ, ଅବପାତର ରୂପ ନେଇଥିବା ଲଘୁଚାପ ରାଜ୍ୟ ତମାମ ଆହୁରି ୨୪ ଘଣ୍ଟା ଲାଗି ରହିବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତର ଓଡିଶାରେ ପ୍ରବଳ ବର୍ଷା ଘନିଭୂତ ହେବ । ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରାୟ ୪୫ରୁ ୬୦ କିମିରେ ପବନ ବୋହିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here