ଆହୁରି ବର୍ଷିବ ୨୪ ଘଣ୍ଟା, ୧୮ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଅବପାତ ବାଲେଶ୍ୱର ଠାରୁ ୭୮ କିମି ଦୂରରେ ସୃଷ୍ଟି ହୋଇଛି । ତେବେ ଏହା ଗଭୀର ଅବପାତର ରୂପ ନେବ ବୋଲି ଆଶଙ୍କା କରାଯାଇଛି । ଫଳରେ ସମଗ୍ର ଓଡ଼ିଶାର ଅର୍ଦ୍ଧାଧିକ ଅଂଚଳରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଆଜି ଦିନ ତମାମ ଭାରି ବର୍ଷା ହେବ । ୧୫ ଟି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ସବୁଠାରୁ ଅଧିକ ବର୍ଷା ପାରାଦୀପରେ ରେକର୍ଡ଼ କରାଯାଇଛି । ପାରାଦୀପରେ ସର୍ବାଧିକ ୪୧୨ ଏମଏମ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱରରେ ୯୯ ମିମି ବର୍ଷା ରେକର୍ଡ଼ ହୋଇଛି । ସେପଟେ ଲଗାଣ ବର୍ଷା ଲାଗି ବିଭିନ୍ନ ନଦୀର ଜଳସ୍ତର ବଢ଼ୁଛି । ବର୍ଷା ଯୋଗୁଁ ମହାନଦୀ, ବୈତରଣୀ, କୁଶଭଦ୍ରା ଓ ଦେବୀର ଜଳସ୍ତର ଫୁଲୁଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ନୟାଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ସେହିପରି ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି ।