ଆହୁରି ବର୍ଷିବ୨୪ଘଣ୍ଟା , ୧୧ ଜିଲ୍ଲାକୁ ବଜ୍ରପାତ ସର୍ତକତା ଜାରି

Lightning bolts in night sky

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି । ଏଥିସହ ଝଡ ତୋଫାନ ଓ ବଜ୍ରପାତରେ ୧୧ଟି ଜିଲ୍ଲାକୁ ଅପରାନ୍ହ ୪ଟା ପଯ୍ୟନ୍ତ ସର୍ତକ ରହିବାକୁ ସୂଚନା ଦିଆଯାଇଛି । ଉକ୍ତ ଜିଲ୍ଲାଗୁଡିକ ହେଉଛି ବରଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ, ପୁରୀ, ଖୋଦ୍ଧା ।
ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ସୋନପୁର ଓ ବୌଦ୍ଧ ଅଂଚଳ ଯୋଗା ଯୋଗ ବିଚ୍ଛନ୍ନ ହୋଇଛି । ବାଉରି ପୋଲ ଉପରେ ୧୦ ଫୁଟ ପାଣି ଚାଲୁଛି । ସୋନପୁର, ବୌଦ୍ଧ, ରେଢାଖୋଲ ଠାରେ ଯୋଗା ଯୋଗ ବିଚ୍ଛନ୍ନ ହୋଇପଡିଛି । କେସଙ୍ଗାର ଉପେଇ ନଦୀକୁ ପାଣି ଆଣିବାକୁ ଯାଇଥିବା ଫସି ରହିଥିଲେ । ସେମାନଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ବଂସନ୍ଧରା ନଦୀ କାଶୀ ନଗର ଠାରେ ବିପଦ ସଙ୍କୁଳ ଉପରେ ଜଳ ପ୍ରବାହିତ ହୋଇଛି । ଗଜପତି, ରାୟଗଡା ଜିଲ୍ଲାକୁ ବିପଦ ଦେଖାଦେଇଛି । ମାଲକାନଗରୀ ବାଲିମେଳା ଜଳବଣ୍ଡାର ଜଳ ସ୍ତର ବୃଦ୍ଧି ପାଇଛି । କୋଲାବ ଜଳ ଭଣ୍ଡାରରେ ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି । କୋରାପୁଟ, ନବରଙ୍ଗପୁର ଓ ମାଲକାନଗରୀ ଅଂଚଲର ଲୋକଙ୍କ ପାଇଁ ସର୍ତକତା ଜାରୀ କରାଯାଇଛି । ଆଗକୁ ଆହୁରୀ ବର୍ଷା ହେବ । ବର୍ଷାର ପ୍ରଭାବ ଆସନ୍ତା କାଲି ଯାଏଁ ଲାଗିରହିବ ।