ଆସ୍ଥା ଭୋଟ: ହୋଇପାରେ କ୍ରସ୍ ଭୋଟିଂ

ନୂଆଦିଲ୍ଲୀ: ବିହାର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଶୁକ୍ରବାର ନୀତୀଶ କୁମାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି । କିନ୍ତୁ ଏହା ପୂର୍ବରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅସନ୍ତୁଷ୍ଟ ବିଧାୟକମାନେ ଗୁରୁବାର ସନ୍ଧ୍ୟାରେ ଏକ ବୈଠକ ଡାକିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶରଦ ଯାଦବ, ଅଲ୍ଲୀ ଅନଓ୍ଵାର ଓ ସାଂସଦ ବିରେନ୍ଦର କୁମାର ଦିଲ୍ଲୀରେ ସନ୍ଧ୍ୟା ୫ଟାରେ ବୈଠକ ରଖିଛନ୍ତି। ଶରଦ ଯାଦବଙ୍କ ନିବାସରେ ଏହି ବୈଠକ ହେବ। ବିହାର ରାଜନୀତିରେ ହଠାତ୍‌ ପରିବର୍ତ୍ତନ ଦେଖାଯିବା ସହିତ ଜେଡିୟୁ ଲାଲୁଙ୍କ ନେତୃତ୍ୱରେ ପରିଚାଳିତ ଆରଜେଡି ଓ କଂଗ୍ରେସକୁ ଛାଡି ଏନ୍‌ଡିଏର ହାତ ଧରିଛି। କିନ୍ତୁ ନୀତିଶ କୁମାର ଏନଡିଏ ସହିତ ହାତ ମିଳାଇବା ପୂର୍ବରୁ ଦଳୀୟ ବିଧାୟକ ଓ ସାଂସଦଙ୍କ ସହିତ ଠିକ ଭାବରେ ଆଲୋଚନା କରି ନ ଥିବା ସନ୍ଦେହ କରାଯାଉଛି, ଯେଉଁଥି ପାଇଁ ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଭବିଷ୍ୟତ ରଣନୀତି ସମ୍ପର୍କରେ ଅଲୋଚନା ହେବ। ଅସନ୍ତୁଷ୍ଟ ବିଧାୟକମାନେ ବୈଠକମାନେ ଯଦି ନୀତିଶକୁ ସମର୍ଥନ ନ କରନ୍ତି, ତା’ହେଲେ ଜେଡିୟୁ ସଙ୍କଟରେ ପଡ଼ିପାରେ। ଜେଡିୟୁର ପୂର୍ବତନ ସଭାପତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ରାହୁଲଙ୍କୁ ସାକ୍ଷାତ କରିବା ପରେ ଏହି ବୈଠକର ଅୟୋଜନ କରାଯାଇଥିବା ଜଣାପଡ଼ିଛି। ଶରଦ ଯାଦବ ପୂର୍ବରୁ ନୀତିଶଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।