ଆସିଲେନି ଦାମ

1

ପୁରୀ: ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ମନ୍ତ୍ରୀମଣ୍ଡଳ ଓ ଦଳର ଉପସଭାପତି ପଦରୁ ବାଦ ପଡ଼ିଥିବା ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଭିମାନ ଆଜି ସାମ୍ନାକୁ ଆସିଛି । ବାହାରକୁ କିଛି କହୁ ନ ଥିଲେ ମଧ୍ୟ ଅନ୍ତର ଆତ୍ମାରେ ତାଙ୍କର ଅଭିମାନ ଭରି ରହିଛି । ଯାହା ଆଜି ଦଳର ପ୍ରତିଷ୍ଠା ଦିବସ ଉତ୍ସବରେ ଦେଖିବାକୁ ମିଳିଛି । ପୁରୀରେ ବିଜେଡ଼ି ଆଜି 20 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଦଳର ପୂର୍ବତନ ଉପସଭାପତି ଦାମ ରାଉତ ଅନୁପସ୍ଥିତ ରହିଛନ୍ତି । ଶେଷରେ ପ୍ରତିନିଧି ଭାବରେ ଆସି ସେଠାରେ ପହଂଚିଛନ୍ତି ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ । ସମ୍ବିତ ନିଜର ସମର୍ଥକଙ୍କ ସହିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସମ୍ବିତ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ ବାପା ଜଣେ ଶୃଙ୍ଖଳିତ କର୍ମୀ  । ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କାର୍ଯ୍ୟକ୍ରମ ଆସି ପାରିଲେ ନାହିଁ । ମାତ୍ର ବାପାଙ୍କ ମନରେ କୌଣସି ଅଭିମାନ ନାହିଁ ବୋଲି ସମ୍ବିତ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ବ୍ରାହ୍ମଣଙ୍କୁ ଭିକାରୀ କହି ଆକ୍ଷେପ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମୋଦର ରାଉତଙ୍କୁ ପ୍ରଥମେ ମନ୍ତ୍ରୀମଣ୍ଡଳ ଓ ପରେ ପରେ ଦଳର ଉପସଭାପତି ଏବଂ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବହିଷ୍କାର କରିଥିଲେ । ଏହା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଳ ସାମଲ ଶ୍ରୀ ରାଉତଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ଉଭୟଙ୍କ ଦଳର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ସାମଲ ସୂଚନା ଦେଇଥିଲେ । 

LEAVE A REPLY

Please enter your comment!
Please enter your name here