ଆସନ୍ତା ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସବୁ ଘରକୁ ମିଳିବ ପିଇବା ପାଣି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସବୁ ଘରକୁ ଯୋଗାଇ ଦିଆଯିବ ପାନୀୟ ଜଳ । ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ରାଜ୍ୟର ସମସ୍ତ ସହରାଞ୍ଚଳର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରି ଏହି କଥା କହିଛନ୍ତି ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ଘରକୁ ଘର ଅଭିଯାନ କରି ସବୁ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରାଯିବ । ନଗର ଉନ୍ନୟନ ବିଭାଗ ୩,୫୯୬ କୋଟି ବ୍ୟୟରେ ୭୬୦ଟି ପାନୀୟ ଜଳ ପ୍ରକଳ୍ପ କରାଯିବ ଏବଂ ଏସବୁ ପ୍ରକଳ୍ପ ଗୁଡ଼ିକ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ରାଜ୍ୟ ଉନ୍ନୟନ କମିଶନର ଆର.ବାଳକୃଷ୍ଣନ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here