ଆସନ୍ତା କଲି ହେବାକୁ ଥିବା ଉତକଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଥିବାରୁ ଏହାକୁ ଆଧାରକରି ଉତକଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେଦିନ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି | ଏ ନେଇ ବିଶ୍ୱବିଦ୍ୟାଳୟ କତୃପକ୍ଷ ଜଣାଇଛନ୍ତି | ଆସନ୍ତା କଲି ହେବାକୁ ଥିବା ପରୀକ୍ଷା କେବେହେବ ତାହା ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି | ଆନ୍ଦୋଳନରୁ ନ ଓହରିଲେ କାର୍ଯ୍ୟାନୁଷ୍ଟନ ନିଆଯିବ ବୋଲି ସରକାରଙ୍କ ଧମକ ସତ୍ୱେ ସେମାନେ ନିଜଜିଦରେ ଅଟଳ ରହିଛନ୍ତି | ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ସଂଗଠନ | ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଦେବାକୁ ଘୋଷଣା କାରିଛନ୍ତି |

ସମୁଦ୍ର ମଝିରେ ଅଗ୍ନିକାଣ୍ଡ, ୧୪ ଜୀବନ୍ତ ଦଗ୍ଧ, ଛଅ ନିଖୋଜ