ଆତ୍ମାରେ ଆସିବେ ଲିପ୍ସା

ଛୋଟ ପରଦାର ଚୁଲବୁଲି ଅଭିନେତ୍ରୀ ଲିପ୍ସା ମିଶ୍ର । ରିୟଲିଟି ସୋ ଜରିଆରେ ଛୋଟ ପରଦାକୁ ପ୍ରବେଶ କରିଥିଲେ । ହେଲେ ନିଜ ଅଭିନୟର ଯାଦୁରେ ଖୁବ କମ ଦିନରେ ଦର୍ଶକଙ୍କ ମନ ଜିଣି ପାରିଥିଲେ । ଆଉ ଏଥିପାଇଁ ସେ ଛୋଟ ପରଦାରୁ ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି । ଆଉ ଏବେ ଶୁଣିବାକୁ ମିଳୁଛି ଯେ, ଆଗାମୀ ଫିଲ୍ମ ଆତ୍ମାରେ ତାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଆଉ ଏଥିରେ ତାଙ୍କ ସହ ସ୍କ୍ରିନ ସେୟାର କରିବେ ଓଲିଉଡର ଚକୋଲେଟ ବୟ ଅଭିଷେକ । ଏକ ଭୂତପ୍ରେତର କାହାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଫିଲ୍ମରେ ଲିପ୍ସା-ଅଭିଷେକଙ୍କ ଯୋଡି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୂର୍ବରୁ ମାୟା, ପିଲାଟା ବିଗିଡି ଗଲା, ସମୟ ବଡ ବଳବାନ ଆଦି ଫିଲ୍ମରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ହେଉଛି, କିଛି ଲୁହ ପିଇଯାଏ ଓଠ । ଏହି ଧାରାବାହିକ ଜରିଆରେ ଘରେ ଘରେ ଲିପ୍ସା ପରିଚିତ ହୋଇପାରିଥିଲେ । ବର୍ତ୍ତମାନ ସାର୍ଥକ ଟିଭିରେ ପ୍ରସାରିତ ତୋ ଅଗଣାର ତୁଳସୀ ମୁଁରେ ତାଙ୍କୁ ଦେଖିବାକୁ ମିଳୁଛି ।