You are here
Home > Breaking News > ଆଗୁଆ ନିର୍ବାଚନ ଚର୍ଚ୍ଚା, ଓଡ଼ିଶାକୁ ଆସିଲା ୯୫% ଇଭିଏମ୍

ଆଗୁଆ ନିର୍ବାଚନ ଚର୍ଚ୍ଚା, ଓଡ଼ିଶାକୁ ଆସିଲା ୯୫% ଇଭିଏମ୍

ଭୁନନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ପୁରାଦମରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପାଇଁ ଆବଶ୍ୟକ ଇଭିଏମ୍ରୁ ୯୫ ପ୍ରତିଶତ ଆସି ପହଞ୍ଚିଥିବା ଏବଂ ଏଥିନେଇ ପ୍ରସ୍ତୁତ ଆରମ୍ଭ ହୋଇଥିବା କଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଇଭିଏମ୍ ଆସି ପହଞ୍ଚିବାରେ ଲାଗିଛି । ଏଥିରେ ୬ଟି ରାଜ୍ୟରୁ ଟ୍ରେନ୍ ଯୋଗେ ଇଭିଏମ୍ ଆସିଛି । ସୋମବାର ଝାରସୁଗୁଡ଼ାରେ ଓ ମଙ୍ଗଳବାର ବାଲେଶ୍ୱରରେ ଇଭିଏମ୍ ଧରି ଟ୍ରେନ୍ ଆସି ପହଞ୍ଚିଛି । ଉତ୍ତରପ୍ରଦେଶ, ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ମହାରାଷ୍ଟ୍ରରୁ ଏହି ଇଭିଏମ୍ ଗୁଡ଼ିକ ଆସିଛି । ଓଡ଼ିଶାକୁ ନିର୍ବାଚନ ପରିଚାଳନା ପାଇଁ ୯୦ ହଜାର ଇଭିଏମ୍ର ଆବଶ୍ୟକତା ରହିଛି । ୯୫ ପ୍ରତିଶତ ଇଭିଏମ୍ ଆସି ସାରିଲାଣି । ଇଭିଏମ୍ ଗୁଡ଼ିକୁ ପ୍ରାଥମିକ ଯାଞ୍ଚ କରିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ । ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ସବୁ ଇଭିଏମ୍ ଯାଞ୍ଚ ହେବ । ଏଥିସହ ନିର୍ବାଚନ ପରିଚାଳନା ପାଇଁ ୨ଲକ୍ଷ ୩୦ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯିବ ।
ଗୋଟିଏ ପଟେ ଆଗୁଆ ନିର୍ବାଚନ ନେଇ ଦେଶରେ ଜୋରଦାର ଆଲୋଚନା ଚାଲିଥିଲା ବେଳେ ଭାରତର ନିର୍ବାଚନ କମିିସନଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ରାଜ୍ୟକୁ ଇଭିଏମ୍ ଆସିବାରେ ଲାଗିଛି । ଫଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହେବାକୁ ଥିବା ପରିଲକ୍ଷିତ ହେଉଛି । ନିର୍ବାଚନ କମିସନ କହିସାରିଛନ୍ତି ୧୧ଟି ରାଜ୍ୟ ଚାହିଁଲେ ଲୋକସଭା ସହ ସେ ରାଜ୍ୟର ନିର୍ବାଚନ ହୋଇପାରିବ । ଏଣୁ ପ୍ରସ୍ତୁତି ଜୋରଦାର ବୋଲି ନିର୍ବାଚନ ସଂପର୍କରେ ଆଲୋଚନା ଚାଲିଛି ।

Loading...
ONA

Leave a Reply

Top