ଆଇଏସ୍‌ ସ୍ତରରେ ଅଦଳବଦଳ: ପ୍ରମୋଦ ମେହେର୍ଦା ହେଲେ ସ୍ୱାସ୍ଥ୍ୟ ସଚିବ

1

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର  ସଚିବ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜାଙ୍କୁ ସରକାର ବଦଳି କରି ରାଜ୍ୟ ସଂସ୍କୃତି ଓ ପର୍ୟ୍ୟଟନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ଥାନରେ ପ୍ରମୋଦ କୁମାର ମେହେର୍ଦା ହୋଇଛନ୍ତି ରାଜ୍ୟର ନୂତନ ସ୍ୱାସ୍ଥ୍ୟ ସଚିବ । ପ୍ରମୋଦ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବୀର ବିକ୍ରମ ଯାଦବଙ୍କୁ ପ୍ରଯୁକ୍ତି ଓ ବିଜ୍ଞାନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।  ସଂସ୍କୃତି ଓ ପର୍ୟ୍ୟଟନ ସଚିବ ଗଗନ କୁମାର ଧଳଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂଆ ନିଯୁକ୍ତି ଦିଆ ଯାଇଥିବା ବେଳେ ହରି  ବଲ୍ଲଭ ମିଶ୍ରଙ୍କୁ କୃଷି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ପରିବହନ କମିଶନର ଚନ୍ଦ୍ରଶେଖର କୁମାରଙ୍କୁ ଓମ୍‌ଫେଡ୍ ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here