ଅଶାନ୍ତ ସମୁଦ୍ର ଚିଲିକାରେ ଖୋଲିଲା ଆଉ ଏକ ମୁହାଁଣ

0
1

ଭୁନନେଶ୍ୱର: ବାତ୍ୟା ଟଳିଗଲା । ହେଲେ ଚିଲିକାବାସୀଙ୍କ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିଲା “ତିତଲି” । ଚିଲିକାରେ ଆଉ ଏକ ନୂଆ ମୁହାଁଣ ତିତଲି ପ୍ରଭାବରେ ଖୋଲିଛି । ଯାହା ଫଳରେ କି ପୁଣି ଚିଲିକାବାସୀଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି । ବାରମ୍ବାର ଚିଲିକା ମୁହାଁଣ ବଦଳୁଥିବା ଦେଖାଯାଉଛି । ଏବେ ଅରଖକୁଦ ନିକଟରେ ଏହି ନୂଆ ମୁହାଁଣ ଖୋଲିଛି । ଯାହା ଫଳରେ କି ଆଖପାଖ ପ୍ରାୟ ୧୫ଟି ଗାଁ ପାଇଁ ବିପଦ ଦେଖାଦେଇଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କିଛି ଅଂଚଳରେ ଗାଁରେ ପାଣି ପସିଥିଲା ବେଳେ ଆଉ କିଛି ଲୋକଙ୍କ ଘରେ ପାଣି ପଶିଛି । ତିତଲି ପ୍ରଭାବରେ ଲଗାଣ ବର୍ଷା ହେବା ସହ ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିବାରୁ ଏହାର ପ୍ରଭାବରେ ଏହି ନୂଆ ମୁହାଁଣ ଖୋଲିଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସହାୟତା କରିବାର ଆଶ୍ୱାସନା ଦିଆଯାଇଛି । ହେଲେ ବାରମ୍ବାର ଚିଲିକାର ଗତିପଥ ବଦଳିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଅଂଚଳ ଆଡ଼କୁ ଏହା ବ୍ୟାପୁଛି । ବାତ୍ୟା, ବର୍ଷା ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଛି । କାରଣ ଏହାର ପ୍ରଭାବରେ ସମୁଦ୍ର ଚିଲିକା ଭିତରକୁ ମାଡ଼ି ଆସୁଛି । ବର୍ତ୍ତମାନ ଆସିଥିବା ପାଣି ଫେରିବା ପାଇଁ ସମୟ ଲାଗିବ ବୋଲି କୁହାଯାଉଛି । ସମୁଦ୍ରରୁ ଜୁଆର ନ ଛାଡ଼ିବା ଯାଏଁ ଗାଁରେ ପାଣି ପଶି ରହିବ ।

LEAVE A REPLY

Please enter your comment!
Please enter your name here