ଅଳିଆଗଦାରେ ଡେଉଁଛି ନିଆଁ,ଲୋକେ ଅଣନିଶ୍ବାସୀ

2

ଭୁବନେଶ୍ବର : ବିଏମସି ପାଇଁ ଅସୁବିଧାରେ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଆବର୍ଜନା ପକାଇ ଆସୁଛି ବିଏମସି । ଦୀର୍ଘ ୧୦ ବର୍ଷ ଧରି ବିଏମସି ଏହାକୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରିଆସୁଛି । ତେବେ ନିକଟରେ  ଭୂଆଷୁଣୀ ପାହାଡରେ  ବିଏମସି ନିଆଁ ଲଗାଇଥିବାରୁ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇପଡିଛନ୍ତି  ସ୍ଥାନୀୟ ବାସିନ୍ଦା । ଅଳିଆଗଦାରେ ନିଆଁ ଲଗାଇଛି ବିଏମସି  । ଆଉ ସେହି ନିଆଁ-  ଧୂଆଁ ଯୋଗୁଁ  ଅଣନିଶ୍ବାସୀ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଥିବା ଡମ୍ପିଂୟାର୍ଡରେ ନିଆଁ ସୃଷ୍ଟି କରିଛି ଏପରି ସ୍ଥିତି।  ସ୍ଥାନୀୟ ବାସିନ୍ଦା ତାର ତୀବ୍ର ବିରୋଧ କରିଛନ୍ତି । ୧୦ବର୍ଷ ହେଲା ବିଏମସି ଏଠାରେ ଅଳିଆ ଗଦା କରୁଛି । ସେହି ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ପ୍ରତିଶ୍ରୁତି ଦେଉଛି । ହେଲେ ପରିସ୍ଥିତି ଯାହାକୁ ସେୟା । ପ୍ରତି ବର୍ଷ ଖରା ଦିନ ଆସିଲେ ଅଳିଆ ଗଦାରେ ନିଆଁ ଲଗାଇ ଦେଉଛି ବିଏମସି । ଫଳରେ ବାୟୁ ପ୍ରଦୂଷଣ  ସହ ବିଭିନ୍ନ ରେ।ଗ ସୃଷ୍ଟି ହେଉଛି। ଗତ କାଲି ରାତିରେ  ଅବର୍ଜନା  ଗଦାର ଧୂଆଁ ଯେ।ଗୁଁ କିଛି ଲେ।କ ଅସୁସ୍ଥ ହେ।ଇପଡିଥିଲେ । ଏନେଇ ଖବର ପାଇବା ପରେ ବିଏମସି କର୍ମଚାରୀ ଦୁଇଟି ସ୍ୱରେଜ ଟ୍ୟାଙ୍କରେ ପାଣି ନେଇ ନିଆଁ ଲିଭାଇଛନ୍ତି । କିନ୍ତୁ  ବିଏମସିର ଏପରି କାମକୁ ଲୋକଦେଖାଣିଆ କହି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି  ଗ୍ରାମବାସୀ । ୨୦ଏକର ଜାଗାରେ ନିଆଁ କୁ  ୨ ଟ୍ୟାଙ୍କର ପାଣି ଲିଭାଇବା ଅସମ୍ଭବ ବେ।ଲି କହିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here