ଅର୍ଥନୈତିକ ସର୍ଭେ: ଅର୍ଥବ୍ୟବସ୍ଥାର ୧୦ଟି ବଡ଼ କଥା

1

ନୂଆଦିଲ୍ଲୀ : ସୋମବାର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮ର ଆର୍ଥିକ ସର୍ଭେ ସଂସଦରେ ଆଗତ କରିଛନ୍ତି । ଏହି ଆର୍ଥିକ ସର୍ଭେରେ ଜିଏସଟି ପ୍ରଭାବକୁ ନେଇ ୧୦ ଆର୍ଥିକ ତଥ୍ୟ ଏଥିରେ ଧ୍ୟାନ ଆକର୍ଷଣ କରାଯାଇଛି । ଉଲ୍ଲେଖନୀୟ ଯେ ହିନ୍ଦି ଓ ଇଂରାଜୀରେ ଆଗତ ହୋଇଥିବା ଏହି ସର୍ଭେରେ ଭବିଷ୍ୟତରେ ଦରବୃଦ୍ଧି ହେବାକୁ ନେଇ ଆଶଙ୍କା ପ୍ରାକଶ କରାଯାଇଛି ।

୧. ବସ୍ତୁ ଏବଂ ସେବା କର (ଜିଏସଟି) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ନୂଆ ରୂପ ଦେଇଛି । ଜିଏସଟି ବିଷୟରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ପରୋକ୍ଷ କର ଦେବା ଲୋକଙ୍କ ସଂଖ୍ୟା ଏବେ ୫୦ ପ୍ରତିଶତ ବଢ଼ିଛି ବୋଲି ଏହି ସର୍ଭେରେ ଜଣା ପଡ଼ିଛି । ଜିଏସଟି ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପଞ୍ଜୀକରଣ ମଧ୍ୟ ବଢ଼ିଛି । ନୂଆ ପ୍ରଣାଳୀ ଆପଣେଇବା ଦ୍ୱାରା ନଭେମ୍ବର ୨୦୧୬ରୁ ନେଇ ଏପର୍ୟ୍ୟନ୍ତ ବ୍ୟକ୍ତିଗତ ଆୟକର ଦେଉଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ୧୮ ପ୍ରତିଶତ ବୃଦ୍ଧି ହୋଇଛି ।

୨. ଭାରତର ଫର୍ମାଲ ସେକ୍ଟର, ଖାସ୍ କରି ଫର୍ମାଲ ନନ-ଏଗ୍ରିକଲ୍ଚର ପେ-ରୋଲ୍ ୩୧ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତ ହୋଇଛି । 

୩. ଭାରତରେ ପ୍ରଥମଥର ପାଇଁ ରାଜ୍ୟର ଅନ୍ତରାଷ୍ଟ୍ରୀୟ ରପ୍ତାନୀର ତଥ୍ୟକୁ ଆର୍ଥିକ ସର୍ବେକ୍ଷଣରେ ସାମିଲ କରାଯାଇଛି । ଯେଉଁ ରାଜ୍ୟ ଅନ୍ତରାଷ୍ଟ୍ରୀୟ  ରପ୍ତାନୀ କରୁଛନ୍ତି ସେହି ରାଜ୍ୟ ଗୁଡ଼ିକର ଅନ୍ୟ ରାଜ୍ୟ ମାନଙ୍କ ସହିତ ସମ୍ପର୍କ ସୁଦୃଢ଼ ହୋଇପାରିଛି । 

୪. ଏହି ଦୃଷ୍ଟିରୁ ଭାରତର ରପ୍ତାନୀରେ ସମସ୍ତ ଭାରତୀୟ ବଡ଼ କମ୍ପାନୀ ଗୁଡ଼ିକର ସହଯୋଗ ଆପେକ୍ଷାକୃତ କମ୍ ରହିଛି । ରପ୍ତାନୀରେ ଶୀର୍ଷରେ ଥିବା ଏକ ପ୍ରତିଶତ ଭାରତୀୟ କମ୍ପାନୀ ମାନଙ୍କ ସହଯୋଗ ମାତ୍ର ୩୮ ପ୍ରତିଶତ ରହିଛି । ଏହାର ବିପରିତରେ ଅନ୍ୟ ଦେଶ ମାନଙ୍କ ଭାଗିଦାରୀ ବ୍ରାଜିଲ, ଜର୍ମାନୀ, ମେକ୍ସିକୋ ଓ ଆମେରିକାରେ କ୍ରମଶଃ ୭୨. ୬୮,୬୭ ଓ ୫୫ ପ୍ରତିଶତ ରହିଛି । ଭାରତର ଟପ୍ ୫ ଓ ଟପ୍ ୧୦ କମ୍ପାନୀ ଗୁଡ଼ିକର ରେଟିଂ ମଧ୍ୟ କିଛି ଏହି ଭଳି ରହିଛି । 

୫. ରାଜ୍ୟରୁ ସିଲେଇ ବସ୍ତ୍ରର ରପ୍ତାନୀ ମଧ୍ୟ ୧୬ ପ୍ରତିଶତ ବଢ଼ିଯାଇଛି । ଅନ୍ୟ କୌଣସି ମାମଲାରେ ଏପରି ବୃଦ୍ଧୀ ଦେଖାଯାଇ ନାହିଁ ।

୬. ଏଭଳି ତଥ୍ୟ ମାଧ୍ୟ ସାମ୍ନାକୁ ଆସିଛି ଯେ ଭାରତୀୟ ସମାଜରେ ପୁଅଙ୍କ ଅଭିଳାଶା ଏବେ ବି ରହିଛି । ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଅଧିକାଂଶ ମାତା-ପିତା ଅତି କମରେ ଦୁଇଟି ପୁଅ ନହେବା ପର୍ୟ୍ୟନ୍ତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରନ୍ତି ନାହିଁ । ସର୍ବେକ୍ଷଣ ଅନୁସାରେ ବାଳକ-ବାଳିକାଙ୍କ ଅନୁପାତ ଅପେକ୍ଷାକୃତ କମ ରହିଛି । 

୭. ସର୍ଭେରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଭାରତର କର ବିଭାଗ ଅନେକ କର ବିବାଦକୁ ଚ୍ୟାଲେଞ୍ଜ କରିଛି କିନ୍ତୁ ସଫଳତାର ପ୍ରତିଶତ କମ୍ ରହିଛି । ଏହି ଦର ୩୦ ପ୍ରତିଶତରୁ ବି କମ୍ ରହିଛି । 

୮. ତଥ୍ୟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଆର୍ଥିକ ସଂଚୟ ବୃଦ୍ଧି ହେବା ଦ୍ୱାରା କୌଣସି ପ୍ରକାର ବିକାଶ ହୋଇ ନାହିଁ ବରଂ ନିବେଶରେ ବୃଦ୍ଧି ହେବା ଦ୍ୱାରା ବିକାଶ ନିଶ୍ଚିକ ହୋଇଛି ।

୯. ଭାରତୀୟ ରାଜ୍ୟ ଓ ଅନ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ କର ସଂଗ୍ରହ ଅନ୍ୟ ସଂଘୀୟ ଦେଶ ତୁଳନାରେ କମ୍ ରହିଛି । 

୧୦. ଭାରତୀୟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ଓ ଏଥିପାଇଁ କୃଷି ବାତାବରଣ ଉପରେ ପଡ଼ିଥିବା ପ୍ରତିକୁଳ ପ୍ରଭାବକୁ ମଧ୍ୟ ଏଥିରେ ଦର୍ଶା ଯାଇଛି । ଏହି କୁପ୍ରଭାବ ଜଳସେଚନ କ୍ଷେତ୍ର ତୁଳନାରେ ଜଲସେଚନ ନ ହୋଇଥିବା ସ୍ଥାନରେ ଅଧିକ ଦେଖିବାକୁ ମିଳିଛି । ଏହାଦ୍ୱାରା ଦେଶର କୃଷି ଆର୍ଥିକ ସଙ୍କଟର ସ୍ମାନା କରିବାକୁ ପଡ଼ିପାରେ । 

LEAVE A REPLY

Please enter your comment!
Please enter your name here