You are here
Home > ଲାଟେଷ୍ଟ > ଅନାଦି ସାହୁଙ୍କୁ ନୋଟିସ୍

ଅନାଦି ସାହୁଙ୍କୁ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ମାନହାନୀ ମକଦ୍ଦମାକୁ ନେଇ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ନୋଟିସ୍ କରାଯାଇଛି । ଭୁବନେଶ୍ୱର ଏସଡିଜିଏମ୍ କୋର୍ଟ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି । ମେ ୩ ତାରିଖରେ ବ୍ୟକ୍ତଗତ ଭାବେ କୋର୍ଟରେ ହାଜର ହେବାକୁ ଏହି ନୋଟିସ୍ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକଙ୍କ ସମ୍ପର୍କ ଥିବା ଏବଂ ତାଙ୍କ ପୁଅ ବାହାଘର ଖର୍ଚ୍ଚ ଧଳ ସାମନ୍ତ ଭାଇ ବହନ କରିଥିଲେ ବୋଲି ଅନାଦି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ  । ଏହାକୁ ନେଇ ପୂର୍ବତନ ଡିଜି ମାରିକ ତାଙ୍କ ନାଁରେ ମାନହାନୀ ମକଦ୍ଦମା କରିଥିଲେ ।
  ଗତବର୍ଷ ମାର୍ଚ୍ଚ ପହିଲାରେ ପୂର୍ବତନ ଡିଜି ସଞ୍ଜୀବ ମାରିକ ଏବଂ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇଜି ଅନାଦି ସାହୁଙ୍କ ମଧ୍ୟରେ ଧଳସାମନ୍ତ ଭ୍ରାତାଙ୍କ ପ୍ରସଙ୍ଗକୁ ନେଇ ଉପୁଜି ଥିବା ବିବାଦ କୋର୍ଟରେ ପହଞ୍ଚିଥିଲା । ଧଳସାମନ୍ତ ଭ୍ରାତାଙ୍କୁ ଅବସରପ୍ରାପ୍ତ ମହାନିର୍ଦେଶକ ଶ୍ରୀ ମାରିକ ସୁରକ୍ଷା ଦେଉଥିଲେ ବୋଲି ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା । ଏଥିଯୋଗୁଁ ଶ୍ରୀ ମାରିକଙ୍କ ସମ୍ମାନହାନି ଘଟିଛି । ତେଣୁ ସେ ଶ୍ରୀ ସାହୁଙ୍କୁ ବିରୋଧରେ ସ୍ଥାନୀୟ ଏସଡିଜେଏମଙ୍କ କୋର୍ଟରେ ଏକ ଫୌଜଦାରୀ ମାନହାନି ମକଦମା ରୁଜୁ ପାଇଁ ଆବେଦନ କରିଥିଲେ । ଆଇପିସିର ଧାରା ୫୦୦, ୫୦୧, ୫୦୨ରେ ମାମଲା ରୁଜୁ କରାଯିବା ଲାଗି କୋର୍ଟରେ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ମାରିକ ମଧ୍ୟ ୫୦ ଲକ୍ଷ ଟଙ୍କାର ମାନହାନି ମକଦମା ମାମଲା ରୁଜୁ କରିଥିଲେ । ଶ୍ରୀ ମାରିକଙ୍କ କହିବା ଅନୁସାରେ ବିନା ପ୍ରମାଣରେ କେହି ଜଣଙ୍କର ସମ୍ମାନହାନି କରିବା ଭଳି ମନ୍ତବ୍ୟ ଦେଲେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ।

Loading...
ONA

Leave a Reply

Top