ଅଟଳ ବିହାରୀ ବାଜପେୟୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0
1

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୯୩ ବର୍ଷରେ ପଦାର୍ପଣ କରିଛନ୍ତି । ଜଣେ ନିଚ୍ଛକ ରାଜନେତା ଭାବରେ ଜଣାଶୁଣା ଅଟଳ ବିହାରୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ବର୍ତ୍ତା ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବାଜପେୟୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଦ୍ୱାରା ଭାରତର ଉତ୍ତରୋତର ଉନ୍ନତି ହୋଇ ପାରିଥିବା ବିଶ୍ୱସ୍ତରରେ ଆମର ସମ୍ମାନ ବୃଦ୍ଧି ପାଇଥିବା ମଧ୍ୟ ଟ୍ୱିଟରରେ ଜଣାଇଛନ୍ତି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଆମର ଅତ୍ୟନ୍ତ ଲୋକପ୍ରିୟ ଓ ସମ୍ମାନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ହାର୍କଦ୍ଦ ଅଭିନନ୍ଦନ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିନମ୍ର ଶୁଭେଚ୍ଛା ଜଣାଇବା ସହ ଦୀର୍ଘଜୀବନ କାମନା କରିଛନ୍ତି ।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଭାରତରତ୍ନ  ଅଟଳଜୀଙ୍କୁ ଜନ୍ମଦିନରେ ବିନମ୍ର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନ୍ମଦିନକୁ ସୁଶାସନ ଭାବରେ ପାଳନ କରାଯାଉଥିବାବେଳେ ତାଙ୍କ ଶାନ୍ତିର ବାର୍ତା ରାସ୍ତା ଦେଖାଇବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here